ଆପଣଙ୍କ iPhone ରୁ ଇଣ୍ଟର୍ନେଟ୍ ସଂଯୋଗ ଶେୟର୍ କରନ୍ତୁ
ଆପଣ ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ନାମକ ଏକ ଫୀଚର୍ ବ୍ୟବହାର କରି ଆପଣଙ୍କ iPhone ରୁ ଇଣ୍ଟର୍ନେଟ୍ ସଂଯୋଗ ଅନ୍ୟ ଡିଭାଇସ୍ ସହିତ ଶେୟର୍ କରିପାରିବେ। ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ଆପଣଙ୍କ iPhone ରେ ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରେ ଏବଂ ଆପଣଙ୍କ ଅନ୍ଯ ଡିଭାଇସ୍ରୁWi-Fi ନେଟ୍ୱର୍କ୍ରୁ ଇଣ୍ଟର୍ନେଟ୍ ଆକ୍ସେସ୍ ନଥିବା ସମୟରେ ଉପଯୋଗୀ ହୋଇଥାଏ।
ଅନ୍ଯ ଡିଭାଇସ୍ଗୁଡ଼ିକୁ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରିବାର ଅନେକ ଉପାୟ ଅଛି:
Wi-Fi ସେଟିଂସ୍ ମାଧ୍ଯମରେ ଆପଣଙ୍କ ଅନ୍ଯ ଡିଭାଇସ୍କୁ iPhone ସହିତ ସଂଯୋଗ କରନ୍ତୁ।
ଆପଣଙ୍କ ଦୁଇଟି ଡିଭାଇସ୍କୁ Bluetooth® ସହିତ ପେୟର୍ କରନ୍ତୁ।
ଏକ କେବୁଲ୍ ଦ୍ବାରା ଆପଣଙ୍କ ଅନ୍ଯ ଡିଭାଇସ୍କୁ iPhone ସହିତ ସଂଯୋଗ କରନ୍ତୁ।
ଆପଣ ନିଜ iPhone ରେ ପର୍ସନଲ୍ ହଟ୍ସ୍ପଟ୍ ଅନ୍ୟ iPhone, iPad, Mac, Windows ଡିଭାଇସ୍ ଇତ୍ଯାଦି ସହିତ ଶେୟର୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ପର୍ସନଲ୍ ହଟ୍ସ୍ପଟ୍ ସମସ୍ତ ମୋବାଇଲ୍ ନେଟ୍ଓ୍ବର୍କ୍ରେ ଉପଲବ୍ଧ ନାହିଁ। ଅତିରିକ୍ତ ଶୁଳ୍କ ଲାଗୁ ହୋଇପାରେ। ଗୋଟିଏ ସମୟରେ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ରେ କେତେ ଡିଭାଇସ୍ ଯୋଡ଼ି ହୋଇପାରିବେ ତାହା ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀ ଏବଂ iPhone ମଡେଲ୍ ଉପରେ ନିର୍ଭର କରେ। ଅଧିକ ସୂଚନା ପାଇଁ ଆପଣଙ୍କ ନେଟ୍ଓ୍ବର୍କ୍ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।
ଆପଣ ଆରମ୍ଭ କରିବା ପୂର୍ବରୁ
ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:
ଡିଭାଇସ୍ଗୁଡ଼ିକ ପରସ୍ପରଠାରୁ 30 ଫୁଟ୍ (10 ମିଟର୍) ମଧ୍ଯରେ ରହିଛି।
ଉଭୟ ଡିଭାଇସ୍ ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ପାଇଁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ଯକତା ପୂରଣ କରନ୍ତି।
ଯଦି ଆପଣ ଏକ VPN ବ୍ଯବହାର କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଏହାର କନ୍ଫିଗରେଶନ୍ ସ୍ଥାନୀୟ ନେଟ୍ୱର୍କିଂକୁ ପ୍ରତିରୋଧ କରିନଥାଏ କାରଣ ଏହା କିଛି କଣ୍ଟିନ୍ଯୁଇଟି ଫୀଚର୍ରେ ବାଧା ସୃଷ୍ଟି କରିପାରେ।
ଆପଣ ନିଜ ପର୍ସନଲ୍ ହଟ୍ସ୍ପଟ୍କୁ ନିଜ Apple ଡିଭାଇସ୍ ସହିତ ଶେୟର୍ କରୁଥିଲେ, ଯଦି ଆପଣ ଉଭୟ ଡିଭାଇସ୍ରୁ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିଛନ୍ତି ତେବେ ସଂଯୋଗ ଶୀଘ୍ର ହେବ।
ଧ୍ୟାନ ଦିଅନ୍ତୁ: ଆପଣ କେବଳ ନିଜ iPhone ରେ ମୋବାଇଲ୍ ଇଣ୍ଟର୍ନେଟ୍ ସଂଯୋଗ ଶେୟର୍ କରି ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରିପାରିବେ। ଆପଣ ଆପଣଙ୍କ iPhone କୁ ଏକ Wi-Fi ନେଟ୍ଓ୍ବର୍କ୍କୁ ସଂଯୋଗ କରିପାରିବେ ନାହିଁ ଏବଂ ତା'ପରେ ସେହି ନେଟ୍ଓ୍ବର୍କ୍କୁ ଅନ୍ୟ ଡିଭାଇସ୍ ସହ ଶେୟର୍ କରିପାରିବେ।
ନିଜ iPhone ରେ ପର୍ସନଲ୍ ହଟ୍ସ୍ପଟ୍ ସେଟ୍ ଅପ୍ କରନ୍ତୁ
ଆପଣଙ୍କ iPhone ରେ ଥିବା, ସେଟିଂସ୍ ଆପ୍
କୁ ଯାଆନ୍ତୁ।ମୋବାଇଲ୍ରେ ଟାପ୍ କରନ୍ତୁ, ତା’ପରେ “ପର୍ସନଲ୍ ହଟ୍ସ୍ପଟ୍ ସେଟ୍ ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ଟିପ୍: ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ର ନାମ ଆପଣଙ୍କ ଡିଭାଇସ୍ର ନାମ ସହ ସମାନ ଅଟେ, ତେଣୁ ଯଦି ଆପଣ ନିଜ ପର୍ସନଲ୍ ହଟ୍ସ୍ପଟ୍ର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଡିଭାଇସ୍ ନାମ ପରିବର୍ତ୍ତନ କରିବାକୁ ପଡ଼ିବ। ଆପଣଙ୍କ ଡିଭାଇସ୍ ନାମ ପରିବର୍ତ୍ତନ କରିବା ପାଇଁ, ସେଟିଂସ୍
> ସାଧାରଣ > “ବିଷୟରେ”କୁ ଯାଆନ୍ତୁ, ତା’ପରେ ନାମରେ ଟାପ୍ କରନ୍ତୁ।
ଯେତେବେଳେ ଆପଣ ନିଜ ପର୍ସନଲ୍ ହଟ୍ସ୍ପଟ୍ ସେଟ୍ ଅପ୍ କରନ୍ତି, ଆପଣ ଏହା ସହିତ ସଂଯୋଗ କରିବା ପାଇଁ ଏକ ପାସ୍ୱର୍ଡ୍ ସେଟ୍ ଅପ୍ କରନ୍ତି। ପରେ ପାସ୍ୱର୍ଡ୍ ବଦଳାଇବା ପାଇଁ, ସେଟିଂସ୍
> ମୋବାଇଲ୍ ସେବା > ପର୍ସନଲ୍ ହଟ୍ସ୍ପଟ୍ କୁ ଯାଆନ୍ତୁ, ତା’ପରେ Wi-Fi ପାସ୍ୱର୍ଡ୍ରେ ଟାପ୍ କରନ୍ତୁ ଏବଂ ନୂଆ ପାସ୍ୱର୍ଡ୍ ଲେଖନ୍ତୁ।
ଯଦି ଆପଣ ଦୁଇଟି SIMs ବ୍ୟବହାର କରିବା ପାଇଁ ଆପଣଙ୍କର iPhone ସେଟ୍ ଅପ୍ କରନ୍ତି, ପର୍ସନଲ୍ ହଟ୍ସ୍ପଟ୍ ଆପଣ ମୋବାଇଲ୍ ଡେଟା ପାଇଁ ଚୟନ କରିଥିବା ଲାଇନ୍ ବ୍ୟବହାର କରେ। ଡୁଆଲ୍ SIM ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ସେଟିଂସ୍ > ମୋବାଇଲ୍ରେ ମୋବାଇଲ୍ ଡେଟା ଚାଲୁ ଅଛି କିନ୍ତୁ ଆପଣ ଏକ ବିକଳ୍ପ ଭାବରେ ପର୍ସନଲ୍ ହଟସ୍ପଟ୍ ସେଟ୍ ଅପ୍ ଦେଖନ୍ତି ନାହିଁ, ତେବେ ଆପଣଙ୍କ ପ୍ଲାନ୍ରେ ପର୍ସନଲ୍ ହଟ୍ସ୍ପଟ୍ ଯୋଡ଼ିବା ବିଷୟରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରନ୍ତୁ।
ନିଜ iPhone ରେ ପର୍ସନଲ୍ ହଟ୍ସ୍ପଟ୍ ଚାଲୁ ଏବଂ ବନ୍ଦ କରନ୍ତୁ
ଆପଣଙ୍କ iPhone ରେ ଥିବା, ସେଟିଂସ୍ ଆପ୍
କୁ ଯାଆନ୍ତୁ।ପର୍ସନଲ୍ ହଟ୍ସ୍ପଟ୍ରେ ଟାପ୍ କରନ୍ତୁ।
ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରିବାକୁ କେଉଁ ବ୍ଯକ୍ତିଙ୍କୁ ଅନୁମତି ଦିଆଯିବ ତାହା ଆପଣ ବାଛିପାରିବେ, ଏକ ପାସ୍ଓ୍ବର୍ଡ୍ ସେଟ୍ କରିପାରିବେ ଏବଂ—ଯଦି ଆପଣ ଏକ ଫ୍ୟାମିଲି ସେୟାରିଂ ଗ୍ରୂପ୍ରେ ଅଛନ୍ତି—ଆପଣ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ନିର୍ଦ୍ଦିଷ୍ଟ ପରିବାର ସଦସ୍ୟଙ୍କ ସହିତ ଶେୟର୍ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିପାରିବେ।
Wi-Fi ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହ ସଂଯୋଗ କରନ୍ତୁ
Wi-Fi ସେଟିଂସ୍ ବ୍ୟବହାର କରି ଆପଣ ନିଜର iPhone ର ପର୍ସନଲ୍ ହଟ୍ସ୍ପଟ୍ରେ ଅନ୍ୟ ଡିଭାଇସ୍ଗୁଡ଼ିକୁ ସଂଯୋଗ କରିପାରିବେ। ଆପଣ ଅନ୍ୟ iPhone, iPad, Mac, ଏକ Windows ଡିଭାଇସ୍ ଏବଂ ଅନ୍ୟ ଡିଭାଇସ୍କୁ ସଂଯୋଗ କରିପାରିବେ ଯାହା ଏକ Wi-Fi ନେଟ୍ଓ୍ବର୍କ୍ ସଂଯୋଗ କରିବାକୁ ସମର୍ଥ।
ଆପଣ ନିଜ iPhone ର ପର୍ସନଲ୍ ହଟ୍ସ୍ପଟ୍ ସହ ସଂଯୋଗ କରିବାକୁ ଚାହୁଁଥିବା ଡିଭାଇସ୍ରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:
Touch ID ଥିବା iPhone ରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ସ୍କ୍ରୀନ୍ର ଶୀର୍ଷ ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।Face ID ଥିବା iPhone ରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବାକୁ ନିମ୍ନରୁ ଉପରକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।iPad ରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ସ୍କ୍ରୀନ୍ର ଶୀର୍ଷ ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।Mac ରେ: ମେନ୍ୟୂ ବାର୍ରେ
ରେ କ୍ଲିକ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।Windows ଡିଭାଇସ୍ କିମ୍ବା ଅନ୍ୟ ଡିଭାଇସ୍ରେ: ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରିବାକୁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ସଂଯୋଗ କରିବା ପାଇଁ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ପାଇଁ ସେଟ୍ ଅପ୍ କରିଥିବା ପାସ୍ଓ୍ବର୍ଡ୍ ଲେଖନ୍ତୁ। ଯଦି ଆପଣ ଅନ୍ୟ Apple ଡିଭାଇସ୍ ସଂଯୋଗ କରୁଛନ୍ତି ଏବଂ ଆପଣଙ୍କୁ ଉଭୟ ଡିଭାଇସ୍ରେ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରାଯାଇଛି, ତେବେ ଆପଣଙ୍କୁ ପାସ୍ଓ୍ବର୍ଡ୍ ଲେଖିବାର ଆବଶ୍ୟକତା ନାହିଁ।
ଧ୍ୟାନ ଦିଅନ୍ତୁ: ଏକ Mac ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୁକ୍ତ ହେବା ସମୟରେ, ପର୍ସନଲ୍ ହଟ୍ସ୍ପଟ୍ ଆଇକନ୍
ସଂଯୁକ୍ତ ଥିବା Mac ର ଷ୍ଟାଟସ୍ ବାର୍ରେ ଦେଖାଯାଏ।
ଆପଣ ହଟ୍ସ୍ପଟ୍ ବ୍ୟବହାର କରୁନଥିବା ସମୟରେ, ବ୍ୟାଟେରି ସଞ୍ଚୟ କରିବାକୁ ଆପଣଙ୍କ ଡିଭାଇସ୍ ସ୍ବୟଂଚାଳିତ ଭାବେ ବିଚ୍ଛିନ୍ନ ହୋଇଯାଏ।
Bluetooth ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରନ୍ତୁ
ଆପଣ Wi-Fi ପରିବର୍ତ୍ତେ Bluetooth ବ୍ୟବହାର କରି ଆପଣଙ୍କ iPhone ରେ ପର୍ସନଲ୍ ହଟ୍ସ୍ପଟ୍କୁ ଏକ Mac କିମ୍ୱା Windows ଡିଭାଇସ୍ ସଂଯୋଗ କରିପାରିବେ। ଉଭୟ ଡିଭାଇସ୍ରେ Bluetooth ଚାଲୁ ଥିବା ଆବଶ୍ୟକ।
ଆପଣଙ୍କ Mac ରେ, ସିଷ୍ଟମ୍ ସେଟିଂସ୍ ଆପ୍କୁ ଯାଆନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ଆପଣଙ୍କ Mac ରେ macOS 12.5 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍ ଅଛି, ତେବେ Apple ମେନ୍ଯୂ
> ସିଷ୍ଟମ୍ ପ୍ରାଥମିକତାକୁ ବାଛନ୍ତୁ।
ସାଇଡବାର୍ରେ ଥିବା Bluetooth
ରେ କ୍ଲିକ୍ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।)ଆପଣଙ୍କ iPhone ରେ, ସେଟିଂସ୍ ଆପ୍କୁ ଯାଆନ୍ତୁ, ତା’ପରେ Bluetooth ରେ ଟାପ୍ କରନ୍ତୁ।
ଆପଣଙ୍କ ଡିଭାଇସ୍ ଆବିଷ୍କାରଯୋଗ୍ୟ ଅଛି ବୋଲି ନିଶ୍ଚିତ କରିବାକୁ Bluetooth ସେଟିଂସ୍ ଖୋଲା ରଖନ୍ତୁ।
ଆପଣଙ୍କ Mac ରେ, ଆପଣଙ୍କ iPhone ଦେଖାଗଲେ ଏହାକୁ ଚୟନ କରନ୍ତୁ। (ଏହା କିଛି ସମୟ ନେଇପାରେ।)
ଏହା Bluetooth ସହ ସଂଯୁକ୍ତ ହେବା ମାତ୍ରେ, ଆପଣଙ୍କ Mac ଆପଣଙ୍କ iPhone ରେ ମୋବାଇଲ୍ ସଂଯୋଗ ବ୍ୟବହାର କରିବାକୁ ସକ୍ଷମ ହେବ।
Bluetooth ବ୍ୟବହାର କରି ଆପଣଙ୍କ Windows ଡିଭାଇସ୍କୁ ଆପଣଙ୍କ iPhone କୁ ସଂଯୋଗ କରିବା ପାଇଁ, ଏକ Bluetooth ନେଟ୍ଓ୍ବର୍କ୍ ସଂଯୋଗ ସେଟ୍ ଅପ୍ କରିବାକୁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ଏକ USB କେବଲ୍ ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରନ୍ତୁ
ଆପଣ ନିଜ iPhone ସହିତ ଆସିଥିବା USB କେବୁଲ୍ (କିମ୍ବା ଆପଣଙ୍କ iPhone ଏବଂ ଅନ୍ୟ ଡିଭାଇସ୍ରେ ଥିବା ପୋର୍ଟ୍ ସହ ମେଳ ଖାଉଥିବା ଅନ୍ୟ ଏକ କେବୁଲ୍) ବ୍ୟବହାର କରି ଆପଣଙ୍କ iPhone ରେ ପର୍ସନଲ୍ ହଟ୍ସ୍ପଟ୍କୁ ଏକ Mac କିମ୍ୱା Windows ଡିଭାଇସ୍ ସଂଯୋଗ କରିପାରିବେ।
ଆପଣ ନିଜ iPhone ରେ ଏକ ଆଲର୍ଟ୍ ଦେଖୁଛନ୍ତି କି ଯେଉଁଥିରେ ଲେଖାଅଛି ଯେ ଏହି କମ୍ପ୍ୟୁଟର୍କୁ ବିଶ୍ୱାସ କରିବେ? “ବିଶ୍ୱାସ କରନ୍ତୁ”ରେ ଟାପ୍ କରନ୍ତୁ। ଆଗକୁ ବଢ଼ିବା ପାଇଁ ଆପଣଙ୍କୁ ନିଜ ଡିଭାଇସ୍ର ପାସ୍କୋଡ୍ ଲେଖିବା ପାଇଁ କୁହାଯାଇପାରେ। ଯଦି ଆପଣ ଆପଣଙ୍କ Mac ରେ ଏକ ଆଲର୍ଟ୍ ଦେଖନ୍ତି ଯେଉଁଥିରେ କୁହାଯାଇଛି ଯେ “ଆକ୍ସେସରି ସଂଯୋଗ କରିବାକୁ ଅନୁମତି ଦେବେ?” “ଅନୁମତି ଦିଅନ୍ତୁ”ରେ କ୍ଲିକ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ଏକ Windows ଡିଭାଇସ୍ରେ ଅଛନ୍ତି, ତେବେ ଏକ USB କେବଲ୍ ସହିତ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ସହ ସଂଯୋଗ କରିବା ପାଇଁ ଆପଣଙ୍କୁ Apple ଡିଭାଇସ୍ କିମ୍ବା iTunes ଇନ୍ଷ୍ଟଲ୍ କରିବା ଆବଶ୍ୟକ। Apple ଡିଭାଇସ୍ ୟୂଜର୍ ଗାଇଡ୍ କିମ୍ବା iTunes ୟୂଜର୍ ଗାଇଡ୍ ଦେଖନ୍ତୁ।
ଏହା ଏକ କେବଲ୍ ସହ ସଂଯୁକ୍ତ ହେବା ମାତ୍ରେ, ଆପଣଙ୍କର Mac କିମ୍ବା Windows ଡିଭାଇସ୍ ଆପଣଙ୍କ iPhone ର ମୋବାଇଲ୍ ସଂଯୋଗ ବ୍ୟବହାର କରିବାକୁ ସକ୍ଷମ ହେବ।
ଯଦି ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ କାର୍ଯ୍ଯ କରୁନାହିଁ
ଆପଣଙ୍କ ଡିଭାଇସ୍ରେ Wi-Fi ଏବଂ Bluetooth ଚାଲୁ ଥିବା ନିଶ୍ଚିତ କରନ୍ତୁ।
ଆପଣଙ୍କ ଡିଭାଇସ୍ଗୁଡ଼ିକ ପରସ୍ପତ ଠାରୁ 30 ଫୁଟ୍ (10 ମିଟର୍) ମଧ୍ୟରେ ରହିବା ଆବଶ୍ୟକ।
ଅତିରିକ୍ତ ଟ୍ରବଲ୍ଶୁଟିଂ ଷ୍ଟେପ୍ ପାଇଁ, Apple ସହାୟତା ଆର୍ଟିକଲ୍ ଯଦି ଆପଣଙ୍କ iPhone କିମ୍ବା iPad (Wi-Fi + Cellular)ରେ ପର୍ସନଲ୍ ହଟ୍ସ୍ପଟ୍ କାର୍ଯ୍ଯ କରୁନାହିଁ ଦେଖନ୍ତୁ।
ସେଟିଂସ୍ > ପର୍ସନଲ୍ ହଟ୍ସ୍ପଟ୍, ତା’ପରେ “ସୁସଙ୍ଗତା ସର୍ବାଧିକ କରନ୍ତୁ” ସକ୍ଷମ କରି ସୁସଙ୍ଗତା ସର୍ବାଧିକ କରନ୍ତୁ। ଚାଲୁ ଥିବା ସମୟରେ “ସର୍ବାଧିକ ସୁସଙ୍ଗତତା” ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ରେ ସଂଯୁକ୍ତ ଥିବା ଡିଭାଇସ୍ଗୁଡ଼ିକର କାର୍ଯ୍ୟଦକ୍ଷତା ହ୍ରାସ କରିପାରେ।
ଆପଣ ନିଜର iPhone ରୁ ଏକ ପର୍ସନଲ୍ ହଟ୍ସ୍ପଟ୍ ଶେୟର୍ କରିବା ସମୟରେ ଇଣ୍ଟର୍ନେଟ୍ ସହ ସଂଯୋଗ ପାଇଁ ଏହା ମୋବାଇଲ୍ ଡେଟା ବ୍ୟବହାର କରେ। ଆପଣଙ୍କ ମୋବାଇଲ୍ ଡେଟା ନେଟ୍ଓ୍ବର୍କ୍ ଉପଯୋଗ ନିରୀକ୍ଷଣ କରିବା ପାଇଁ ସେଟିଂସ୍ > ମୋବାଇଲ୍ ସେବାକୁ ଯାଆନ୍ତୁ। “iPhone ରେ ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।
ଯଦି ଆପଣ ଫ୍ୟାମିଲି ଶେୟରିଂ ବ୍ୟବହାର କରନ୍ତି, ତେବେ ଆପଣ ନିଜ ପରିବାରର ଯେକୌଣସି ସଦସ୍ୟଙ୍କ ସହ ନିଜର ପର୍ସନଲ୍ ହଟ୍ସ୍ପଟ୍ ଶେୟର୍ କରିପାରିବେ। ଫ୍ଯାମିଲି ଶେୟରିଂ ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।